ଫିଲଡର ହିସାବରେ ରୋଡସଙ୍କ ବିପକ୍ଷରେ ଖେଳିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା – ତେନ୍ଦୁଲକର

ମୁମ୍ୱାଇ, ୨୯/୭ : ଜଣ୍ଟି ରୋଡସଙ୍କ ବିପକ୍ଷରେ କ୍ରିକେଟ ଖେଳିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କହିଛନ୍ତି । ବିଶ୍ୱର ଶ୍ରେଷ୍ଠ ଫିଲଡର ମାନଙ୍କ ମଧ୍ୟରୁ ଜଣେ କୁହାଯାଉଥିବା ଜଣ୍ଟି ରୋଡସ୍ ସୋମବାର ୫୧ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ତାଙ୍କ ଜନ୍ମଦିନରେ ସଚିନ ନିଜ ଟ୍ୱିଟରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ବିପକ୍ଷରେ କ୍ରିକେଟ ଖେଳିବା ସବୁଠୁ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି । ବିଶେଷ କରି ଫ୍ଲାଇଙ୍ଗ ବାର୍ଡ଼ କୁହାଯାଉଥିବା ଜଣ୍ଟି ରୋଡସ୍ ଙ୍କ ଖେଳୁଥିବା ସମୟରେ ବ୍ୟାଟସମାନ ମାନେ ରନ ଚୋରେଇ ପାରନ୍ତି ନାହିଁ ।

୧୯୯୨ ରୁ ୨୦୦୩ ଭିତରେ ରୋଡସ୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୨ଟି ଟେଷ୍ଟ, ୨୪୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି. ଏକଦିବସୀୟ ମ୍ୟାଚରେ ମଧ୍ୟ ୧୩୯ଟି କ୍ୟାଚ ଧରିଛନ୍ତି ଜଣ୍ଟି ରୋଡସ୍ ।

ସେ ମଧ୍ୟ ସଚିନ ଆଇପିଏଲରେ ଖେଳୁଥିବା ମୁମ୍ବାଇ ଇଂଡିଆନ୍ସ ଦଳର ଫିଲଡିଙ୍ଗ କୋଚ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ଫିଲଡର ହିସାବରେ ଗୋଟିଏ ମ୍ୟାଚରେ ସର୍ବାଧିକ କ୍ୟାଚ ଧରିବାରେ ରେକର୍ଡ ତାଙ୍କ ନାମରେ ରହିଛି । ସେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୧୯୯୩ ମସିହାରେ ଗୋଟିଏ ମ୍ୟାଚରେ ୫ଟି କ୍ୟାଚ ଧରିଥିଲେ ।

Comments are closed.