ରାମ ମନ୍ଦିର ଭୂମିପୂଜନ ପୂର୍ବରୁ ହନୁମାନ ଚାଲିସା ପାଠ କରିବେ କମଲନାଥ

ଭୋପାଳ, ୨ /୮ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଆସନ୍ତା ଅଗଷ୍ଟ ୫ରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ମାତ୍ର ଭୂମିପୂଜନର ଦିନକ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ମଧ୍ୟପ୍ରଦେଶ କଂଗ୍ରେସ ତରଫରୁ ଏକ ହନୁମାନ ଚାଲିସା ପାଠ ଆୟୋଜନ କରାଯିବ ।

ଅଗଷ୍ଟ ୫ରେ ରାମ ମନ୍ଦିର ଲାଗି ଭୂମିପୂଜନ ହେବ । ଏହାର ଦିନକ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ଘରେ ହନୁମାନ ଚାଲିସା ପାଠ କରିବେ । ଏହା ବ୍ୟତୀତ କଂଗ୍ରେସର ଅନ୍ୟ ନେତା କର୍ମୀ, ପଦାଧିକାରୀ ନିଜ ନିଜ ଘରେ ଅଥବା ନିକଟସ୍ଥ ମନ୍ଦିରରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ହନୁମାନ ଚାଲିସା ପାଠ କରିବେ ।

Comments are closed.