ଜମାରାଶି ହଡପ କରି ପୋଷ୍ଟ ମାଷ୍ଟ୍ରର ଗିରଫ

ମହାକାଳପଡ଼ା,୩୦/୭ – (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସଦର ମହାକାଳପଡ଼ା ଉପ ଡାକଘର ଅଧିନସ୍ଥ କୋଚିଳା ବ୍ରାଞ୍ଚ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଜମାରାଶି ହଡପ ନେଇ ଜମାକାରୀମାନେ ମହାକାଳପଡ଼ା ଥାନା ଓ ଉପ ଡାକଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ. ତଦନୁଯାୟୀ ବୁଧବାର ଦିନ କେନ୍ଦ୍ରାପଡା ସହକାରୀ ଡାକ ନିର୍ବନ୍ଧକ ଦେବାଶିଷ ଶତପଥୀ କୋଚିଳାରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରଞ୍ଜନ ଚୌଧୁରୀ ଜମାକାରୀଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ମାରିବାକୁ ପଛାଇନଥିଲେ । ତଦନ୍ତ ମତେ ଆର.ଡି, ସଂଚୟ, ସୁକନ୍ୟା, କନ୍ୟାରତ୍ନ, ଆଇ. ପି. ଏଲ., ଭଳି ବିଭିନ୍ନ ଜମା ରାଶି ଜମା ନକରି ଆତ୍ମ ସାତ ହୋଇ ଥିବାର ଜଣା ପଡିଥିଲା । ଯାହାନେଇ ଗତକାଲି ପୋଲିସ ହଡପ କାରି ପୋଷ୍ଟ ମାଷ୍ଟରଙ୍କୁ ଗିରଫ କରିଥିଲା । ପରେ ଆଜି ସରକାରୀ କାର୍ଯ୍ୟାଳୟ ରୁ ଜମା ରାଶି ହଡପ ଅଭିଯୋଗରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

Comments are closed.