ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜା ସମୟରେ ଆମେରିକାରେ ହେବ ପ୍ରାର୍ଥନା

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମମନ୍ଦିର ନିମନ୍ତେ ଆସନ୍ତା ୫ ତାରିଖରେ ହେବ ଭୂମି ପୂଜା । ଏହି ସମୟରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ହିନ୍ଦୁ ମନ୍ଦିର ପ୍ରିଷ୍ଟ କନଫରେନ୍ସ ପକ୍ଷରୁ ଏ ସମ୍ପର୍କରେ ବିବୃତି ଜାରି କରାଯାଇଛି । ଅଯେଧ୍ୟା ରାମମନ୍ଦିର ଭୂମି ପୂଜା ସମୟରେ ଆମେରିକାରେ ରାଷ୍ଟ୍ରୀୟ ପ୍ରାର୍ଥନା କରାଯିବ ବୋଲି କୁହାଯାଇଛି ।

ସେହିପରି ବିଶ୍ଵ ହିନ୍ଦୁ ପରିଷଦ ଆମେରିକା ଶାଖା ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଯେତେବେଳେ ଶ୍ରୀରାମ ମନ୍ଦିରର ଆଧାରଶିଳା ସ୍ଥାପନ କରିବେ ସେତେବେଳେ ସମୂହ ପ୍ରାର୍ଥନା ଆୟୋଜନ କରାଯିବ । ଏହି ଅବସରରେ ସାମୂହିକ ମନ୍ତ୍ର ପଠନ ହେବ ଏବଂ ଏହାପରେ ଅନୁପ ଜଲୋଟା ଓ ସଞ୍ଜିବନୀ ଭୋଲାଣ୍ଡେ ଭଜନ ପରିବେଷଣ କରିବେ ।

Comments are closed.