ଆଜିର ରାଶିଫଳ (ରବିବାର)

ତା : ୨ / ୮/୨୦୨୦

ମେଷ : ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ ।ନୂତନ କର୍ମାରମ୍ଭରେ କାର୍ଯ୍ୟ ସିଦ୍ଧି ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ବୃଷ : ସୌଭାଗ୍ୟ ଯୋଗୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ସରକାରୀ କାର୍ଯ୍ୟ ନେଇ ଲାଗି ରହିଥିବା ବାଧା ଦୂର ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମିଥୁନ : କୌଣସି କାମ ଲାଗି ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କ୍ଳାନ୍ତ ଓ ଏକଲା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

କର୍କଟ : କୌଣସି କାର୍ଯ୍ୟ ସମ୍ପାଦନ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ସି˚ହ : ପ୍ରତ୍ୟେକ କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ଦମ୍ପତି ପରସ୍ପର ପ୍ରତି ସମ୍ବେଦନଶୀଳ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କନ୍ୟା : ବେପାରରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ହସଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ମହିଳାମାନେ ଅଳଙ୍କାର କିଣିବା ଲାଗି ସହରକୁ ଯିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ତୁଳା : ଧୢାନ ଜପ ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ଚାକିରିଜୀବୀଙ୍କ ପାଖକୁ ଖୁସି ଖବର ଆସିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବିଛା : ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସେବା କାର୍ଯ୍ୟରେ ଅଧିକ ସମୟ ଦେବେ। ଲୋକେ ଆପଣଙ୍କ ତର୍କ ଦ୍ବାରା ପ୍ରଭାବିତ ହେବେ। ଖର୍ଚ୍ଚ ବଢ଼ିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ଧନୁ : ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ରାଜନୀତିରେ କିଛି ପାଦ ଆଗକୁ ବଢ଼ିବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ ।  ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମକର : ନିଜକୁ ଶକ୍ତିବାନ ଅନୁଭବ କରିବେ। ବନ୍ଧୁଙ୍କ ସହଯୋଗରେ ଆପଣଙ୍କ ଜରୁରୀ ଦାୟିତ୍ବ ପୂରା ହେବ। ଅଚାନକ ଧନଲାଭ ହେବ। କର୍ମକ୍ଷତ୍ରରେ ବିବାଦୀୟ ସ୍ଥିତି ସୃଷ୍ଟି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କୁମ୍ଭ : ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବହୁ ଦିନ ପରେ ଆପଣଙ୍କୁ ପରିଶ୍ରମର ଭଲ ପରିଣାମ ମିଳିପାରେ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମୀନ : ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ଅଫିସରେ ବାତାବରଣ ତିକ୍ତ ରହିବା ହେତୁ ଟିକେ ଚିନ୍ତିତ ରହିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

Comments are closed.