ବିଶ୍ୱରେ ଗୋଟିଏ ଦିନରେ ୧ଲକ୍ଷ ୬ ହଜାର ନୂତନ କରୋନା ରୋଗୀ ଚିହ୍ନଟ

8

ନୂଆଦିଲ୍ଲୀ,୨୧/୫: ବିଶ୍ୱରେ ନୂତନ କରୋନା ରୋଗୀ ଚିହ୍ନଟ ହେବା କ୍ଷେତ୍ରରେ ମଙ୍ଗଳବାର ଦିନ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ମଙ୍ଗଳବାର ଗୋଟିଏ ଦିନରେ ସମଗ୍ର ବିଶ୍ୱରୁ ରେକର୍ଡ ଏକ ଲକ୍ଷ ଛଅ ହଜାର ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚୀନରୁ କରୋନା ଜୀବାଣୁ ଆରମ୍ଭ ହେବା ଦିନଠାରୁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ନୂତନ କରୋନା ରୋଗୀ ବୋଲି ଜଣାପଡିଛି । ଏହା ସହିତ ବିଶ୍ୱରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୩ ଲକ୍ଷ ୨୯ ହଜାରକୁ ବୃଦ୍ଧି ପାଇଛି | ଏଥି ସହିତ, ବିଶ୍ୱରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବର୍ତ୍ତମାନ ୫ ଲକ୍ଷ ଅତିକ୍ରମ କରିଛି ।

ସମଗ୍ର ବିଶ୍ୱରେ କରୋନାର ଅନ୍ୟତମ କେନ୍ଦ୍ରବିନ୍ଦୁ ସାଜିଛି ଆମେରିକା | ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଥିବା ବେଳେ ୯୩ ହଜାରରୁ ଅଧିକ ଲୋକ ଏହା ଦ୍ୱାରା ମୃତ୍ୟୁବରଣ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ, ଆମେରିକାରେ ୧୫୬୧ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି | ଏହାପୂର୍ବରୁ, ଆମେରିକାରେ କିଛି ଦିନ ଧରି କରୋନା ର ପ୍ରଭାବ ଧିରେ ଧିରେ ହ୍ରାସ ପାଇଥିଲା | ଲଗାତାର କିଛି ଦିନ ପାଇଁ ମୃତ୍ୟୁ ସଂଖ୍ୟା ଏକ ହଜାରରୁ କମ୍ ରହୁଥିଲା । ହେଲେ ପୁଣି ଥରେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ।

Comments are closed.