ରାଜଧାନୀ ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍

ଭୁବନେଶ୍ୱର : କରୋନା ଗାଇଡଲାଇନ୍ ପାଳନ ସହ ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବ ବୋଲି ସୂଚନା ଦେଇଛି ବିଏମସି । ବିଏମସିର କହିଛି ମଲ୍ ଖୋଲିବା ନେଇ ଏସଓପି ଜାରି କରାଯାଇଛି । ଏସଓପି ଅନୁସାରେ, କରୋନା କଟକଣାକୁ ମାନିବା ବାଧ୍ୟତାମୂଳକ । ମଲ୍‌ରେ ମାସ୍କ ପିନ୍ଧିବା ନେଇ ନିଶ୍ଚିତ କରିବେ କର୍ତୃପକ୍ଷ । କିନ୍ତୁ ମଲ୍ ଭିତରେ ଫୁଡ୍ କୋର୍ଟ ଓ ସିନେମା ହଲ୍ ବନ୍ଦ ରହିବ । ଗେମ୍ ଜୋନ୍ ମଧ୍ୟ ବନ୍ଦ ରହିବ । ଏପରିକି ମଲ୍ ପରିସରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ ।

Comments are closed.