ରାମ ମନ୍ଦିର ଭୂମିପୂଜନ : ଗର୍ଭଗୃହରେ ରଖାଯିବ ରୁପାର କଇଁଛ ଓ ଶେଷନାଗ !

ନୂଆଦିଲ୍ଲୀ, ୧/୮ : ଆଉ ତିନି ଦିନ ପରେ ବହୁ ପ୍ରତିକ୍ଷୀତ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀରାମ ମନ୍ଦିରର ଗର୍ଭଗୃହରେ ରୁପାର କଇଁଛ ଓ ଏହାରି ଉପରେ ଶେଷନାଗ ରଖାଯିବ । କୁହାଯାଇଥାଏ ଶେଷନାଗ ପାତାଳ ଲୋକଙ୍କ ମାଲିକ । ଭୂମି ପୂଜନରେ କାଶୀ ବିଶ୍ୱନାଥରୁ ଆସିଥିବା ବେଲପତ୍ର ଅର୍ପଣ କରାଯିବ । କାଶୀ ବିଦ୍ୱାନ ପରିଷଦ ୩ ଜଣ ପଣ୍ଡିତ ସହିତ ବେଲପତ୍ର ନେଇ ଅଯୋଧ୍ୟା ଆସିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ ପାଇଁ ଅଗଷ୍ଟ ୫ରେ ଅଯୋଧ୍ୟା ପହଂଚିବେ । ଭୂମି ପୂଜନ ଲାଗି ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତ ହେଉଛି । ଏହି ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂଚାଳକ ମୋହନ ଭାଗବତ ଓ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରୀରାମ ଭକ୍ତି କାହାରିକୁ ଅଜଣା ନାହିଁ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ରହି ବନ୍ଦନ ଓ ଅଭିନନ୍ଦନ ଦେଖିଛନ୍ତି । ଅଗଷ୍ଟ ୫ରେ ମନ୍ଦିରରେ ଦିପାବଳୀ ଭଳି ଭବ୍ୟ ପ୍ରସ୍ତୁତି ଚାଲିଛି । ଏହାକୁ ନେଇ ଅଯୋଧ୍ୟାର ଜୟସିଂହପୁର ଗାଁରେ ଦେଢ଼ ଲକ୍ଷ ଦୀପ ଗଢ଼ାଯାଇଛି । ଗାଁ ଲୋକେ ବହୁତ ଖୁସି ଅଛନ୍ତି ।

ଅଯୋଧ୍ୟାରେ ପ୍ରସାଦ ଲାଗି ସ୍ୱତନ୍ତ୍ର ଲଡୁ କରାଯାଇଛି । ୧ ଲକ୍ଷ ୧୧ ହଜାର ଦେଶୀ ଘିଅରେ ଏହି ଲଡୁ କରାଯାଇଛି । ଏହାକୁ ଷ୍ଟିଲର ୧୧ ହଜାର ଡବାରେ ପ୍ରସାଦ ପ୍ୟାକିଂ କରାଯିବ । ଶ୍ରୀରାମ ଭୂମି ପୂଜନର ପ୍ରସାଦ ଦେଶବାସୀଙ୍କୁ ଦିଆଯିବ ।

Comments are closed.