ଦେଶରେ ଆଜି ୫୭,୧୧୭ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮, ମୃତ୍ୟୁ ସଂଖ୍ୟା ୩୬ ହଜାର

ନୂଆଦିଲ୍ଲୀ,୧/୮: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସଂକ୍ରମିତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଦେଶରେ ୧୭ ଲକ୍ଷ ନିକଟତର ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତି ଦିନରେ ନୂଆ ନୂଆ ରେକର୍ଡ କରୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ନୂଆ ରେକର୍ଡ ସହ ଗତ ୨୪ ଘଣ୍ଟାରେ ୫୭ ହଜାର ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୭ ହଜାର ୧୧୭ ଜଣ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ରେ ପହଞ୍ଚିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟାବି ବୃଦ୍ଧି ପାଇବାରେ ଲାଗିଛି । ୩୬ ହଜାର ଟପିଛି ଦେଶରେ କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ପୁଣି ୭୬୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୩୬ ହଜାର ୫୧୧ ରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ଲକ୍ଷ ୯୫ ହଜାର ୯୮୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ ଲକ୍ଷ ୯୪ ହଜାର ୩୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୬ ହଜାର ୫୧୧ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି, ସେହିପରି ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୬୫ ହଜାର ୧୦୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comments are closed.