କୋଠାବାଡ଼ି ଓ ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ନିୟମରେ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ବର,୧୪ /୮: ରାଜ୍ୟରେ କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ କରାଯାଇଛି। ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର । ଏବେ ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ପୂର୍ବରୁ ୪ ଟି ଘର ଥିବା ଅଟ୍ଟାଳିକାକୁ ଆପର୍ଟମେଣ୍ଟ କୁହାଯାଉଥିଲା । ଖର୍ଦ୍ଦିଯୋଗ୍ୟ ଫ୍ଲୋର ଏରିଆ ରେସିଓ ପାଇଁ ଦେୟ ମୂଲ୍ୟ ୫୦ ପ୍ରତିଶତ କମିଛି । ବର୍ତ୍ତମାନ ଜମି ମୂଲ୍ୟର ୨୫ଭାଗ ଅଧା ମୂଲ୍ୟରେ ଉପଲବ୍ଧ ହେବ । ଏହାସହ ପୁରୁଣା ଘରର ନବୀକରଣ ପାଇଁ ଆଉ ଅନୁମତି ଦରକାର ପଡ଼ିବନି । ମଡ଼େଲ ପ୍ଲାନ ଅନୁମତି ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ କାମ ଆରମ୍ଭ କରିପାରିବେ । କୋଠାବାଡ଼ି ଓ ଗୋଦାମ ଗୃହ ପାଇଁ ପାର୍କିଂ ସ୍ଥାନ ୯୦ ପ୍ରତିଶତ ହୋଇଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ ସହ ନିୟମାବଳୀକୁ ସମ୍ପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବା ପାଇଁ ଉଦ୍ୟମ ହୋଇଛି । ଏଥିପାଇଁ ଅନେକ ଦିଗରେ ନିୟମକୁ କୋହଳ କରାଯିବା ସହ ଅନେକ ରିହାତି ଓ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି । ସମସ୍ତ ବର୍ଗର ଅଟ୍ଟାଳିକା ନିର୍ମାଣ ନିମନ୍ତେ ସେବ୍ୟାକ୍ ନିୟମକୁ କୋହଳ କରାଯାଇଛି । କମ ବିପଦପୂର୍ଣ୍ଣ ବିଲ୍ଡିଂ ଉପରେ ସର୍ବାଧିକ FAR ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ବାସଗୃହ ପାଇଁ ଉଦ୍ଦିଷ୍ଟ କୋଠାବାଡି ବର୍ତ୍ତମାନ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ବ୍ୟବହାର ହୋଇପାରିବ । ଗୃହ ନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗକୁ ଆକର୍ଶିତ କରିବା ପାଇଁ ରାସ୍ତା, ପାର୍କିଂ ଓ ସେଟବ୍ୟାକ ନିୟମକୁ କୋହଳ କରାଯାଇଛି । ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଘର ନିତି ୨୦୧୫ରେ ସଂଶୋଧନ କରାଯାଇଛି ।

Comments are closed.