ଆହୁରି ୩ ଦିନ ସିଝିବ ସାରା ଓଡ଼ିଶା

12

ଭୁବନେଶ୍ୱର,୨୩/୫: ବାତ୍ୟା ତାଣ୍ଡବ ପରେ ପୁଣି ପାଗରେ ପରିବର୍ତ୍ତନ । ମେଘ ପାଗ ପରେ ଫେରିଛି ତାତି। ଆଗାମୀ ୩ ଦିନ ଯାଏଁ ଆହୁରି ଜନଜୀବନ ଅସ୍ତବ୍ୟସ୍ତ କରିବ ଗରମ୍ ଓ ଗୁଳୁଗୁଳି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ। ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ । ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବଲାଙ୍ଗିର, ଝାରସୁଗୁଡ଼ା,ସୋନପୁର, ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ। ସେହିପରି ଅନୁଗୁଳ, ବରଗଡ଼, କଳାହାଣ୍ଡି, ସୁନ୍ଦରଗଡ଼ ଓ ବୌଦ୍ଧରେ ବି ତାପମାତ୍ରା ୪୦ ଡିଗ୍ରୀ ପାର୍ ହେବ ବୋଲି ଆଶଙ୍କା କରାଯାଉଛି । ଏହାରି ମଧ୍ୟରେ ପୁଣି ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments are closed.