ଜୁନ୍ ୧ରୁ ଦେଶରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ରେଳ ସେବା : କାଲିଠାରୁ ବୁକିଂ

23

ଭୁବନେଶ୍ବର,୨୦/୫ : ଜୁନ ୧ ତାରିଖରୁ ଦେଶରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ରେଳ ସେବା । ପ୍ରାୟ ୨୦୦ ଟ୍ରେନ୍ ବିଭିନ୍ନ ସହରକୁ ଯାତାୟତ କରିବ । ଏଥିନିମନ୍ତେ ରେଳବାଇ ପକ୍ଷରୁ ଟ୍ରେନଗୁଡ଼ିକର ସୂଚୀ ଜାରି କରାଯାଇଛି । ଏହି ସୂଚୀ ମଧ୍ୟରେ ଓଡ଼ିଶାକୁ ୪ଟି ଟ୍ରେନ୍ ଯାତାୟତ କରିବାର ସୂଚନା ମିଳିଛି ।

ସୂଚନା ଅନୁସାରେ ହାଓଡ଼ା-ଭୁବନେଶ୍ବର ଜନଶତାବ୍ଦୀ, ହାଓଡ଼ା- ବଡ଼ବିଲ୍ ଜନଶତାବ୍ଦୀ ଟ୍ରେନ୍ ଜୁନ୍ ୧ରୁ ଗଡ଼ିବ । ସେହିପରି ମୁମ୍ବାଇରୁ ଭୁବନେଶ୍ବର ଓ ସିଆଲଦାରୁ ପୁରୀ ଟ୍ରେନ୍ ଯାତାୟତ କରିବ ବୋଲି ଜଣା ପଡ଼ିଛି । ଆସନ୍ତାକାଲି ସକାଳ ୧୦ଟାରୁ ଏହି ଟ୍ରେନଗୁଡ଼ିକ ନିମନ୍ତେ ଟିକେଟ ବୁକିଂ ଆରମ୍ଭ ହେବ ।

Comments are closed.