ଡାକ୍ତରଙ୍କ ଘରୋଇ ଚିକିତ୍ସା ମାହାଙ୍ଗା ପଡିଲା : ହଂଗାମା କରି ଗିରଫ ହେଲେ ଦୁଇ ଡାକ୍ତର

କେନ୍ଦ୍ରାପଡ଼ା ,୧/୮ – (କେଶବ ଚନ୍ଦ୍ର ନାଥ ) : କେନ୍ଦ୍ରାପଡ଼ା ଦୁର୍ଗା ନର୍ସିଂ ହୋମରେ କୋଭିଡ ନିୟମକୁ କରି ଘରୋଇ ଚିକିତ୍ସା ଜାରି ରହିଥିବା ବେଳେ ଗଣ ମାଧ୍ୟମ ପ୍ରତିନିଧି ଫଟୋ ଉତ୍ତୋଳନ କରି ଆକ୍ରମଣର ଶିକାର ହୋଇଥିଲେ । ଏପରିକି ସାମ୍ବାଦିକଙ୍କ ସହଯୋଗୀ ବୁଝା ସୁଝାକୁ ହେୟ ମଣି ନର୍ସିଂ ହୋମର ମାଲିକ ତଥା ଜଣାଶୁଣା ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ଡାକ୍ତର ପୁଅ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ । ଆହୁରି ମଧ୍ୟ ସାମ୍ବାଦିକଙ୍କ ଅଭିଯୋଗ କ୍ରମେ ତଦନ୍ତ ପାଇଁ ଯାଇଥିବା କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସଙ୍କୁ ଆକ୍ରମଣ କରିବାକୁ ପଶ୍ଚାତାପ କରି ନ ଥିଲେ । କାର୍ଯ୍ୟରତ ଡାକ୍ତର ଘରୋଇ ଚିକିତ୍ସା ନିଶାରେ ନିଜ ନିଜର ଶାଳୀନତା ଭୁଲି ଦଙ୍ଗା ହେଂଗାମ କରିବାରୁ ନର୍ସିଂ ହୋମ କର୍ମଚାରୀ ମାନେ ସାଥ ଦେଇ ଗଣ୍ଡଗୋଳକୁ ଚରମ ସୀମାରେ ପହଞ୍ଚାଇଥିଲେ । ଶେଷରେ ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇ ଡାକ୍ତର ପୁଅ ଦେବାଶିଷ ସାହୁ ଓ ଶିବାଶିଷ ସାହୁଙ୍କ ସମେତ ଗଣ୍ଡଗୋଳରେ ସାମିଲ ଥିବା ୬ ସହଯୋଗୀ ନର୍ସିଂ ହୋମ କର୍ମ ଚାରିଙ୍କୁ ଗିରଫ କରିଛି ।

Comments are closed.