ରାଜଗଡ ଓ ବଳିପାଳ ଦୁଇ ପଂଚାୟତରେ ଆଲୋକୀକରଣ ଯୋଜନା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ମହାକାଳପଡ଼ା,୨/୮- (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଳିପାଳ ଓ ରାଜଗଡ଼ ଦୁଇ ପଂଚାୟତ  ଆଲୋକୀକରଣ ଯୋଜନାରୁ ବଂଚିତ ଥିବା ନେଇ ଦୁଇ ପଂଚାୟତର ବୁଦ୍ଧିଜୀବୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବ୍ଲକର ବିଭିନ୍ନ ପଂଚାୟତ ଅଧିନସ୍ଥ ଗାଁ ଗୁଡିକ ପର୍ଯ୍ୟାୟ କ୍ରମେ ଆଲୋକୀକରଣ ହେଉଥିବା ବେଳେ ଏହି ଦୁଇ ପଂଚାୟତ କର୍ତ୍ତୃପକ୍ଷ ଦୀର୍ଘ ଦିନ ହେବ ଏଥି ପ୍ରତିଧ୍ୟାନ ଦେଉନାହାନ୍ତି । ଏନେଇ ପଂଚାୟତ ଲୋକେ  ବ୍ଲକ ତଥା ପଂଚାୟତ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେବି ସୁଫଳ ମିଳିନାହିଁ  । ଯାହାନେଇ ରାଜଗଡ଼ ପଂଚାୟତ ବିକାଶ ମଞ୍ଚର ପାଞ୍ଚ ଜଣିଆ ଟିମ ଓ ବଳିପାଳ ପଂଚାୟତର ବୁଦ୍ଧିଜୀବୀ ଯୁବକ ମାନେ   ଆଲୋକୀକରଣ ସମ୍ବନ୍ଧରେ ଜିଲ୍ଲା ପାଳଙ୍କୁ  ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ସମୟରେ ଜିଲ୍ଲପାଳ ଅଭିଯୋଗ କାରୀ ମାନଙ୍କୁ ତ୍ୱରିତ ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି । ଉପରୋକ୍ତ ଦୁଇ ପଂଚାୟତ କର୍ତ୍ତୃପକ୍ଷ  ଆଲୋକୀକରଣ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରପୋଜାଲ ଦେଉ ନାହାଁନ୍ତି  ନା ଡି. ଆର. ଡି. ଏ. ଯୋଗାଣରେ ଫାଇଦା ବିହୀନ ଭାବି ଚୁପ ରହୁଛନ୍ତି ।

Comments are closed.