ରକ୍ଷାବନ୍ଧନରେ ରାଜ୍ୟର ସମସ୍ତ ଭଉଣୀମାନଙ୍କୁ ଉପହାର ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ, ୨/୮ : ରାଜ୍ୟରେ କରୋନା ସଂକଟ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷାବନ୍ଧନ ଅବସରରେ ଭଉଣୀମାନଙ୍କୁ ଉପହାର ଦେଇଛନ୍ତି । ଲକଡାଉନ କଟକଣାରେ କୋହଳ କରି ରାଜ୍ୟର ସମସ୍ତ ରାକ୍ଷୀ ଦୋକାନ ଓ ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର। ଏହା ବ୍ୟତୀତ ବସରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା ସୁବିଧା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ଷାବନ୍ଧନ ଅବସରରେ ପୋଲିସକୁ ପେଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ରକ୍ଷାବନ୍ଧନ ଅବସରରେ କୋଭିଡ-୧୯ ପ୍ରଟୋକଲ ପାଳନ କରାଯିବ । ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ସର୍ବସାଧାରଣ ସ୍ଥଳରେ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । କାର୍ଯ୍ୟକ୍ରମ ଘରେ କରନ୍ତୁ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.