କରୋନାରେ ଉତ୍ତରପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କ ପରଲୋକ

ଉତ୍ତରପ୍ରଦେଶ, ୨/୮ : ଉତ୍ତରପ୍ରଦେଶ ସରକାରରେ ଶିକ୍ଷାମନ୍ତ୍ରୀ ଥିବା କମଳରାଣୀ ବରୁଣଙ୍କର ଆଜି ପରଲୋକ ଘଟିଛି । କରୋନା ସଂକ୍ରମଣର ଶିକାର ହୋଇ ସେ ଲକ୍ଷ୍ନୌରେ ଅବସ୍ଥିତ ସଞ୍ଜୟଗାନ୍ଧୀ ପିଜିଆଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଅମିତ୍ ଅଗ୍ରୱାଲ ତାଙ୍କ ପରଲୋକ ସମ୍ପର୍କ ଖବରକୁ ସ୍ୱୀକାର କରିଛନ୍ତି । କମଳରାଣୀଙ୍କ ପରଲୋକ ଖବର ପାଇ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ନିମନ୍ତେ ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ।

କମଳରାଣୀ କାନପୁର ଜିଲାର ଘାଟମପୁର ଲୋକସଭା କ୍ଷେତ୍ରରୁ ୧୯୯୬ ଓ ୧୯୯୮ରେ ଦୁଇଥର ସାଂସଦ ରୂପେ ନିର୍ବାଚିତ ହୋଇଥିଲେ ।

Comments are closed.