ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ସେଥିପାଇଁ ତାଲିକା ଜାରି କଲା ଗୃହ ବିଭାଗ

ଭୁବନେଶ୍ୱର,୧୨/୮: ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ, ସେଥିପାଇଁ ଗୃହ ବିଭାଗ ତାଲିକା ଜାରି କରିଛି। ଚଳିତବର୍ଷ କରୋନା କଟକଣା ଭିତରେ ସ୍ୱାଧୀନତା ଦିବସ ପାଳନ କରାଯିବ । ତେବେ ଜାଣନ୍ତୁ କେଉଁ ଜିଲ୍ଳାରେ କିଏ ପତାକା ଉତ୍ତୋଳନ କରିବେ …

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଟକରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କନ୍ଧମାଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଞ୍ଜାମରେ ମନ୍ତ୍ରୀ ପଦ୍ମନାଭ ବେହେରା, ମାଲକାନଗିରିରେ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦୁଝରରେ ମନ୍ତ୍ରୀ ଅରୁଣ କୁମାର ସାହୁ, ନୟାଗଡରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ବାଲେଶ୍ବରରେ ସୁଶାନ୍ତ ସିଂହ, ସୁନ୍ଦରଗଡ଼ରେ ମନ୍ତ୍ରୀ ଟୁକୁନି ସାହୁ, ଗତପତିରେ ଜଗନ୍ନାଥ ସରକା, ଖୋର୍ଦ୍ଧାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅନୁଗୁଳରେ ଅ​ଶୋକ ଚନ୍ଦ୍ର ପଣ୍ଡା, ଯାଜପୁରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୟୂରଭଞ୍ଜରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ରାୟଗଡ଼ାରେ ପ୍ରେମାନନ୍ଦ ନାୟକ ପତାକା ଉତ୍ତୋଳନ କରିବେ।

Comments are closed.