ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

କାମାକ୍ଷାନଗର, ୨୭/୭ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହ ଗାଁ ପୋଖରୀରେ ରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ସେହିଗ୍ରାମର ସମିର ପ୍ରଧାନ । ସୂଚନା ଅନୁସାରେ ସମିର ଗାଧୋଇବା ପାଇଁ ଗାଁ ପାଖ ପୋଖରୀକୁ ଯାଇଥିବା ବେଳେ ଗଭୀର ଜଳରେ ତାଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ସେ ପୋଖରୀରେ ବୁଡି ଯାଇଥିଲେ । ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି ପରେ ନିକଟରେ ଥିବା ପୋଖରୀରେ ତାଙ୍କ ମୃତ ଦେହ ଭାସୁଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରିବାର ଲୋକଙ୍କ ଠାରୁ ଖବର ପାଇଁ କାମାକ୍ଷାନଗର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ଏହି ଘଟଣାରେ କାମାକ୍ଷାନଗର ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

Comments are closed.