ପୁଣି ଫେରିବେ ଯୁବରାଜ: ସନ୍ୟାସ ଘୋଷଣା ପ୍ରତ୍ୟାହାର ପାଇଁ ପିସିଏର ଅନୁରୋଧ

ନୂଆଦିଲ୍ଲୀ,୧୫ /୮ : ଯୁବରାଜଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ୍ୟାଟ ଆଉ ବଲରେ ପୁଣି ଚମତ୍କାର ଦେଖାଇପାରନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ତାଙ୍କୁ ଘରୋଇ ପଞ୍ଜାବ ଦଳରେ ସାମିଲ ନିମନ୍ତେ ଦିଆଯାଇଛି ପ୍ରସ୍ତାବ । କେବଳ ସେତିକି ନୁହେଁ, ସନ୍ୟାସ ପ୍ରତ୍ୟାହାର ନିମନ୍ତେ ଯୁବରାଜଙ୍କ ଉପରେ ତାଙ୍କ ରାଜ୍ୟ ପଞ୍ଜାବ ପକ୍ଷରୁ ବଢ଼ୁଛି ଚାପ । ପଞ୍ଜାବ କ୍ର୍ରିକେଟ ଆସୋସିଏସନ ସଚିବ ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ ହେଉଥିବା କହିଛନ୍ତି ।

ଯୁବରାଜଙ୍କୁ ସନ୍ୟାସ ପ୍ରତ୍ୟାହାର କରି ପଞ୍ଜାବ ଦଳର ଖେଳାଳୀ ଓ ମେଣ୍ଟର ଭାବରେ ଯୋଗ ଦେବାକୁ କୁହାଯାଇଛି । ପଞ୍ଜାବ କ୍ରିକେଟ ଆସୋସିଏସନ ସଚିବ ପୁନିତ୍ ବାଲି ଏହିଛନ୍ତି ଯେ ଯୁବରାଜ ଗତବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ମାତ୍ର କ୍ରିକେଟକୁ ସେ ପୁଣି ଫେରିଲେ ଆମେ ଖୁସି ହେବୁ ଏବଂ ରାଜ୍ୟ କ୍ରିକେଟ ମଜବୁତ ହେବ । ଆମେ ପ୍ରାୟ ୧ ସପ୍ତାହ ପୂର୍ବରୁ ଏଥିନେଇ ଯୁବରାଜଙ୍କୁ ଅନୁରୋଧ କରିଛୁ ଓ ତାଙ୍କ ଉତ୍ତରକୁ ଅପେକ୍ଷା କରିଛୁ ।

Comments are closed.